24/05/2026
ସମ୍ମର୍ଦ୍ଧିତ ହେଲେ ନିୟମିତ ରକ୍ତଦାତା ଭକ୍ତିସ୍ୱରୂପ ମହାନ୍ତ
ଭୁବନେଶ୍ୱର ରେଡକ୍ରସରେ କାର୍ଯ୍ୟରତ ଥିବା ଯଶିପୁର ବ୍ଲକ ବିଉଁରିଆ ଗ୍ରାମର ନିୟମିତ ରକ୍ତଦାତା ଭକ୍ତିସ୍ୱରୂପ ମହାନ୍ତଙ୍କୁ ଉପ ଆରକ୍ଷୀ ଆୟୁକ୍ତ ଅଶୋକ କୁମାର ପାଣିଗ୍ରାହୀ ମାନପତ୍ର ଓ ଉତ୍ତରୀୟ ପ୍ରଦାନପୂର୍ବକ ସମ୍ମର୍ଦ୍ଧନା ପ୍ରଦାନ କରିଛନ୍ତି। ରକ୍ତଭଣ୍ଡାରରେ କାର୍ଯ୍ୟରତ ଥାଇ ମଧ୍ୟ ଜରୁରୀକାଳୀନ ରକ୍ତର ଆବଶ୍ୟକତା ପୂରଣ କରିବା ପାଇଁ ନିଜେ ରକ୍ତଦାନ କରିବା ସହିତ ସାଙ୍ଗସାଥିଙ୍କୁ ମଧ୍ୟ ରକ୍ତଦାନ କରେଇଥାନ୍ତି। ତାଙ୍କର ନିଃସ୍ୱାର୍ଥପର ସେବା ଭାବନା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସମ୍ମର୍ଦ୍ଧିତ କରାଯାଇଛି। ସମାଜସେବୀ ସଂଗଠନ ଭରସା ପରିବାରର ସଭାପତି ଲମ୍ବୋଦର ମହାନ୍ତ ତଥା ଯଶିପୁର ଅଞ୍ଚଳର ପ୍ରମୁଖ କର୍ମକର୍ତ୍ତା ରମାକାନ୍ତ ମହାନ୍ତ ଓ ଚକ୍ରଧର ମହାନ୍ତ ଭକ୍ତିସ୍ୱରୂପଙ୍କୁ ଶୁଭେଚ୍ଛା ଜଣାଇବା ସହିତ ତାଙ୍କର ସେବା କାର୍ଯ୍ୟକୁ ପ୍ରଶଂସା ଜଣାଇଛନ୍ତି।